ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ବାପା-ମାଆ ଓ ପୁଅ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲାର ପିପିଲିମାଲ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୁଧବାର ଟ୍ରକ ଧକ୍କାରେ ଗୋଟିଏ ପରିବାରର ବାପା, ମା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟଲେକ ଝାରସୁଗୁଡାର ୪୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି।  ଖବର ପାଇ ବେଲପାହାଡ ପୁଲିସ ଓ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।ସୂଚନାଯୋଗ୍ୟ ଯେ, ବୁଧବାର କୁଡ଼ାଲୋଇ ଗାଁର ବିଶିକେଶନ କାଲୋ ନିଜ ପୁଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିଲେ। ସେହି ସମୟରେ ରାୟଗଡ (ଛତିଶଗଡ଼) ଆଡୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ମାଲବାହୀ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିଶିକେଶନ କାଲୋ, ତାଙ୍କ ପତ୍ନୀ ତପସ୍ବିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋଙ୍କର ମୃତ୍ୟୁ ହୋଇଯାଇଥିଲା।