ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଆନନ୍ଦିବେନ ପଟେଲ, ଫଗୁ ଚୌହ୍ୱାନ ଓ ଲାଲଜି ଟଣ୍ଡନ ଆଜି ଯଥାକ୍ରମେ ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ପରବର୍ତ୍ତୀ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।
ଆଜି ପ୍ରଥମେ ଲକ୍ଷ୍ନୌଠାରେ ଆନନ୍ଦିବେନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା। ରାଜଭବନଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଶ୍ରୀମତୀ ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ସମୟରେ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ରାମ ନାଏକ ଉପସ୍ଥିତ ରହିଥିଲେ। ଏହାପୂର୍ବରୁ ଆନନ୍ଦିବେନ୍ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ।
ସେହିପରି ବିହାର ରାଜ୍ୟପାଳ ଭାବେ ଶପଥ ନେଇଥିବା ଫଗୁ ଚୌହ୍ନାନଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅମରେଶ୍ୱର ପ୍ରତାପ ସାହି ପଦ ଓ ଗୋପନୀୟତାର ଶପଥ ପାଠ କରାଥିଲେ। ପୂର୍ବରୁ ଏଠାରେ ଲାଲଜୀ ଟଣ୍ଡନ ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଥିଲେ।
ମଧ୍ୟପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଆଜି ଲାଲଜୀ ଟଣ୍ଡନ ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବି ଶଙ୍କର ଝା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।