ପୋଖରୀରେ ବୁଡିଗଲେ ୩ ନାବାଳିକା

ଦାରିଙ୍ଗବାଡି: ଆଜି ପୋଖରୀରରେ ବୁଡି ୩ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଦାରିଙ୍ଗବାଡିର ପର୍ତମାହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ମେନୁକା ନାୟକ, ରେନୁକା ନାୟକ ଓ ନିଶା ସେନାପତି ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ । ଏହି ତିନିଜଣଙ୍କ ବୟସ ୭ରୁ୮ବର୍ଷ ହେବ । ତେବେ କିଛି ସମୟ ପରେ ଗ୍ରାମବାସୀ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି ।