ରାଉରକେଲା କୋଏଲ ନଦୀରେ ବୁଡି ୩ ନାବାଳକ ମୃତ

ରାଉରକେଲା  : ରାଉରକେଲା କୋଏଲ ନଦୀରେ ବୁଡି ୩ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ବେଳେ ଝିରିପାଣି ପୋଲିସ, ଫାୟାର ବ୍ରିଗେଡ଼ ଟିମ୍ ଏବଂ ସ୍ଥାନୀୟ ଲୋକ ନଦୀରୁ ଉଦ୍ଧାର କରିଛନ୍ତି ।  ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଝିରପାଣି ପୋଲିସ ସୂଚନା ଦେଇଛି । ସମସ୍ତ ନାବାଳକଙ୍କ ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି ।