ଢ଼େଙ୍କାନାଳ: ହୋଲି ଖେଳସାରି ଭୋଜି କରି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଗଛରେ ପିଟି ହୋଇ ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲାର କାଇମାଟି ଛକରେ । ମୃତକମାନେ ହେଲେ ଟାଉନଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, ସଦର ଥାନା ଅନ୍ତର୍ଗତ କାଇମାଟିର ଧର୍ମାନନ୍ଦ ଦେହୁରୀ ଓ ଆଛନ୍ଦ ଗାଁର କୈଳାଶ ସାହୁ। ଦୁର୍ଘଟଣା ପରେ ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ହୋଲି ଖେଳ ଅବସରରେ ତିନି ଜଣ ସାଙ୍ଗ ଏକ ଭୋଜିଭାତରେ ଯୋଗ ଦେଇଥିଲେ। ସେମାନେ ଭୋଜି ଖାଇ ସାରି କପିଳାସ-ଢେଙ୍କାନାଳ ରାସ୍ତାରେ ଘରକୁ ଫେରୁଥିଲେ। ମୋଟର ସାଇକେଲର ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନି ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।