ବଲାଙ୍ଗିର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡିଲେ ପଶୁପକ୍ଷୀ

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ଖଇରଗୁଡାଠାରେ ଥିବା ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅବସରରେ ପୁଣିଥରେ ରକ୍ତ ରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା । ପ୍ରଶାସନର କଟକଣା ସତ୍ୱେ ମାନସିକଧାରୀ ପଶୁ ଓ ପକ୍ଷୀ ବଳି ପକାଇଛନ୍ତି ।

ଶୁଲିଆ ଯାତ୍ରାରେ ବଳି ପ୍ରଥା ପାଳନ କରିଛନ୍ତି ଭକ୍ତ । ଭକ୍ତଙ୍କ ବଳି ପ୍ରଥା ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ । ପ୍ରଶାସନର କଟକଣାକୁ ମାନୁ ନାହାଁନ୍ତି ମାନସିକଧାରୀ । ଦେଓଗାଁ ଖଇରାଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରାସ୍ତା ରକ୍ତ ରଞ୍ଜିତ ହୋଇଛି । ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପଡ଼ିଲା ପଶୁ ଓ ପକ୍ଷୀ ବଳି । ନିୟମ ଅନୁସାରେ ପ୍ରଥମେ ପାଟ ଓ ବୋଦାକୁ ପୂଜାର୍ଚ୍ଚନା କରି ବଳି ପାକାଯାଇଛି । ଅନେକ କଟକଣା ସତ୍ୱେ ପୁଣି ଶୁଲିଆ ଯାତ୍ରାରେ ଶହଶହ ମାନସିକାଧାରୀ ନିଜେ ଆଣିଥିବା ପଶୁପକ୍ଷୀଙ୍କୁ ବଳି ଦେଇଛନ୍ତି । ଚଳିତ ବର୍ଷ ୩ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ମାଁଙ୍କ ପୀଠରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେବଳ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।