ଏଥର ହୋଲି ଖେଳିବେନି ମୋଦୀ

ହାଇଦ୍ରାବାଦ: ଭାରତରେ କୋରୋନା(covid-19) ଆତଙ୍କ । ହୋଲିରୁ ଦୂରେଇ ରହିଲେ ମୋଦି । ଏନେଇ ଟ୍ବିଟ କରି ନିଜେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶେଷଜ୍ଞଙ୍କ ଅନୁଯାୟୀ, ଭାଇରସକୁ ଏଡାଇବା ହେଲେ କୌଣସି ଜନସମାବେଶରେ ସାମିଲ ନ ହେବାକୁ ପରାମର୍ଶ ଦେଇଛନ୍ତି । ତେଣୁ ଏ ବର୍ଷ କୌଣସି ହୋଲି ସମାବେଶରେ ସେ ଯୋଗ ଦେବେ ନାହିଁ ବୋଲି ପିଏମ କହିଛନ୍ତି ।

ଗତକାଲି ପିଏମ କୋରୋନାକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିବାବେଳେ, ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା କହିଥିଲେ ।

ସୂଚନାଯୋଗ୍ୟ, ବର୍ତମାନ ସୁଦ୍ଧା ଭାରତରେ ୬ ଜଣ ରୋଗୀଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତି କରାଯାଇଛି । ଏହାସହ ଇଟାଲୀରୁ ଆସିଥିବା ୨୧ ଜଣଙ୍କୁ ଦିଲ୍ଲୀ ଆଇଟିବିପି ଆଇସୋଲେସନ ସେଂଟରରେ ରଖାଯାଇଛି । ଯେଉଁଥିରେ ୧୫ ଜଣଙ୍କ ନିକଟରେ ପଜେଟିଭ ମିଳିଛି । ଏପରିକି ଦିଲ୍ଲୀରେ ୧୮ଜଣଙ୍କ ଠାରେ କୋରୋନା ପଜେଟିଭ ମିଳିବା ସହ ମହାରାଷ୍ଟ୍ରରେ ୨ ସନ୍ଦିଗ୍ଧ ଜଣାପଡିଛନ୍ତି ।