ଧାରା ୩୭୦ ଉଠିଲେ ମିଳିବ ଏହି ସୁବିଧା

ଜମ୍ମୁ-କାଶ୍ମୀର: ଦେଶରେ ଆତଙ୍କୀ ଦମନକୁ ମୂଳୋତ୍ପାଟନ କରିବାକୁ ହେଲେ ପ୍ରଥମେ ୩୭୦ ଧାରାକୁ ହଟାଇବାକୁ ପଡ଼ିବ । ଏହି ଧାରା ଜମ୍ମୁ-କାଶ୍ମୀରବାସୀଙ୍କୁ କିଛି ସ୍ବତନ୍ତ୍ରତା ପ୍ରଦାନ କରିଥିବାରୁ ଆଜି ସୀମା ପ୍ରାୟତଃ ଅଶାନ୍ତ ରହୁଛି । ତେବେ ଏହି ଧାରା ଅସ୍ଥାୟୀ ଥିବା ବେଳେ ଦୀର୍ଘ ୭୦ ବର୍ଷ ଯାଏ ହଟାଯାଇପାରି ନାହିଁ । ସେପଟେ ଏହି ଧାରାକୁ ଉଚ୍ଛେଦ ନେଇ କେନ୍ଦ୍ରସରକାର ସଂକଳ୍ପ ନେଇଥିବା ବେଳେ ଆଜି ଏହାକୁ ଉଚ୍ଛେଦ ପାଇଁ ରାଜ୍ୟ ସଭାରେ ପ୍ରସ୍ତାବ ଆଗତ କରିଛନ୍ତି ।ଏହି ପ୍ରସ୍ତାବକୁ ବିଜେଡି, ଆପ ଓ କେତେକ ଦଳ ସମର୍ଥନ କରୁଥିବାବେଳେ ଖୁବ ଶୀଘ୍ର ଏହି ପ୍ରସ୍ତାବ ପାରିତ ହୋଇପାରେ । ୩୭୦(୧)କୁ ବାଦ ଦେଇ ଅନ୍ୟ ଉପଧାରା ସହ ଧାରା ୩୫(ଏ)କୁ ମଧ୍ୟ ଉଚ୍ଛେଦ ନେଇ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।
ତେବେ ଏହି ପ୍ରସ୍ତାବ ଗୃହୀତ କିମ୍ବା ଉଚ୍ଛେଦ ହେଲେ କଣ ଫାଇଦା ମିଳିବ:
-ଏହି ଧାରା ଉଠିବା ପରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ହରାଇବ । ଏହା ବଦଳରେ ଜମ୍ମୁ-କାଶ୍ମୀର ଓ ଲାଦଖ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠିତ ହେବ ।
-ଏହି ନିୟମ ବଳବତ୍ତର ଥିବାରୁ ଦେଶର ଅନ୍ୟ କୌଣସି ଲୋକେ ବ୍ୟବସାୟ କରିପାରିବେ ନାହଁ କି ସ୍ଥାୟୀଭାବେ ରହିପାରିବେ ନାହିଁ । ଏହି ନିୟମ କେବଳ ଭାରତୀୟଙ୍କୁ କଟକଣା ଥିବାବେଳେ ପାକିସ୍ତାନ ଲୋକେ ଏଠାରେ ବସବାସ କରିବା ସହ ଜମି କିଣାକିଣି ଅନୁମତି ଥିଲା । ଫଳରେ ପାକିସ୍ତାନୀ ସଂଖ୍ୟା ବୃଦ୍ଧି ହେବା ସହ ଆତଙ୍କବାଦୀଙ୍କ ଆକ୍ରମଣ ବଢିଚାଲିଛି । କିନ୍ତୁ ଏହି ନିୟମ ହଟିବା ପରେ ଦେଶର ଯେ କୌଣସି ବ୍ୟକ୍ତି ବିଶେଷ ଏଠାରେ ଘରଦ୍ବାରା କିଣି ବସବାସ କରିପାରିବେ। ଆତଙ୍କବାଦୀ ହମଲା ଉପରେ ରୋକ ଲଗାଯାଇପାରିବ ।
-ଏହି ବିଶେଷ ନିୟମ, ଭାରତ ସରକାର ଦ୍ବାରା ଗଢିଉଠିଥିବା ଥିବା ଆଇନଗୁଡିକ ଜମ୍ମୁ-କାଶ୍ମୀରରେ ଲାଗୁ ହୋଇନଥାଏ । ଫଳରେ ଦେଶରେ ରହି ମଧ୍ୟ କୌଣସି ନିୟମକାନୁନ ଏହି ରାଜ୍ୟ ଉପରେ ଲାଗୁ ହୋଇନଥାଏ । ତେବେ ଏହା ହଟିବା ପରେ ସମସ୍ତ ଆଇନ ବ୍ୟବସ୍ଥା ଏଠାରେ ମଧ୍ୟ କାର‌୍ୟ୍ୟକାରୀ ହେବ ।
-ଏପରିକି ଏହି ନିୟମ ଯୋଗୁ ଭାରତର ସମ୍ବିଧାନ କିମ୍ବା ଭାରତର ଜାତୀୟ ପତାକା ଉଡାଇବା ଜମ୍ମୁ-କାଶ୍ମୀର ପାଇଁ ମନା । କାରଣ ଏହି ରାଜ୍ୟରେ ସ୍ବତନ୍ତ୍ର ଭାବେ ନିଜ ଗଣତନ୍ତ୍ର ଓ ନିଜ ପତାକା ବ୍ୟବହାର କରିବାର ନିୟମ ରହିଛି । ଆଉ କୌଣସି ଝିଅ ଜମ୍ମୁ-କାଶ୍ମୀର ଛାଡି ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି ତେବେ ତାଙ୍କ ଠାରୁ ନାଗରିକତାର ରଦ୍ଦ କରାଯାଉଥିଲା । କିନ୍ତୁ ଏହି ନିୟମରେ ସଂଶୋଧନ ହେଲେ କିମ୍ବା ପୁର୍ନଗଠନ ହେଲେ ଏଠାରୁ କେହି ନାଗରିକତା ହରାଇବେ ନାହଁ।
-ଏହି ଧାରା ଉଚ୍ଛେଦ ହେବା ପରେ ଆରଟିଆ, କ୍ୟାଗ କିମ୍ବା ଆରଟିଆ ନିୟମ ଲାଗୁ କରାଯାଇ ଦୁର୍ନୀତି ଉପରେ ରୋକ ଲଗାଯାଇପାରିବ ।ଏପରିକି ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରୁଥିବା ନଥିବା ଏହି ରାଜ୍ୟରେ ଅନ୍ୟ ରାଜ୍ୟ ପରି ସମସ୍ତ କାନୁନ ବ୍ୟବସ୍ଥାକୁ ଗ୍ରହଣ କରିବ ।