ପିପିଲି : ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହଯାଉଛି । ଯଦି ଘଟଣା ସତ ହୋଇଥାଏ ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି ।
ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ଦିନ ପିପିଲି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଏକ ଆକ୍ରମଣ ଘଟଣାରେ ଗିରଫ କରିଥିଲା। ପିପିଲି ଥାନାରେ ପୁଲିସ ଇନଫର୍ମର ଥିବା ସାଜିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବ୍ରାଉନ ସୁଗାର ଚୋରାଚାଲାଣକୁ ଧରାଇ ଦେଇଥିଲେ। ଏହି ଘଟଣାକୁ ନେଇ ଗିରଫ ଅଭିଯୁକ୍ତମାନେ ସାଜିଦକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପିପିଲି ପୁଲିସ ଚଢ଼ଉ କରି ୬ ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଦୁଇଟି ଖଣ୍ଡା ଓ ବାଇକ ଜବତ କରିଥିଲା। ସାଜିଦକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ପୁଲିସ ଅଭିଯୁକ୍ତମାନଙ୍କୁ ଭୀଷଣ ମାଡ଼ ମାରିଛନ୍ତି। ଦୀର୍ଘ ୭ ଦିନ ଧରି ମାଡ଼ ମରାଯାଇଛି। ତେବେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ, ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
third degree case in pipili police station central range dig investigation order issue by odisha police