ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ୍ ର ପ୍ରଭାବ ଦିନକୁ ଦିନ କେରଳରେ ଦେଖିବାକୁ ମିଳିଛି । ଆଜି କେରଳରେ କୋରୋନା ଭାଇରସର ୩ୟ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏଥିସହ ତାଙ୍କୁ ଅନଧ୍ୟାନ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଇସ୍ତାହାରରେ ସୂଚନା ଦିଆଯାଇଛି ।
ନିକଟ ଅତୀତରେ କୋରୋନାଭାଇରସ୍ର କେନ୍ଦ୍ରସ୍ଥଳୀ ଚୀନ୍ ସହର ଉହାନ୍ରୁ ଫେରିଥିବା କେରଳର ଏହି ଛାତ୍ରଙ୍କର ରବିବାର କରାଯାଇଥିବା ସାମ୍ପଲ୍ ପରୀକ୍ଷାର ଫଳାଫଳ ‘ପଜିଟିଭ୍’ ବାହାରିଥିଲା। କୋରୋନା ଭାଇରସ୍ରେ ଆକ୍ରାନ୍ତ କେରଳର ଅନ୍ୟ ଦୁଇଜଣ ରୋଗୀ ମଧ୍ୟ ଉହାନ୍ରେ ଡାକ୍ତରୀ ପଢୁଥିଲେ।
ରବିବାର ଦିନ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଲୋକମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଛାନିଆ ହେବା ଅନାବଶ୍ୟକ। ଦୁଇ ବର୍ଷ ତଳେ ନିପା ଭୂତାଣୁର ମୁକାବିଲା କଲା ଭଳି ଏ ଚାଲେଞ୍ଜ୍କୁ ବି ରାଜ୍ୟ ମୁକାବିଲା କରି ବିଜୟୀ ହେବ।
କେରଳରେ ସମୁଦାୟ ସଂଗ୍ରହ କରାଯାଇଥିବା ୧୯୮ଟି କୋରୋନା ଭାଇରସ୍ ସାମ୍ପଲ୍ରୁ ୧୯୫ଟିର ପରୀକ୍ଷା ଫଳାଫଳ ‘ନେଗେଟିଭ୍’ ହୋଇଥିଲା।