ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ହେବ: ହେମାମାଳିନୀ

ଓଡ଼ିଶାରେ ଡ୍ରିମଗାର୍ଲ ହେମାମାଳିନୀଙ୍କ ପ୍ରଚାର । ଗୋଟିଏ ଦିନରେ ଭୁବନେଶ୍ବର ସମେତ ତିନିଟି ସ୍ଥାନରେ ପ୍ରଚାର ସହ କଲେ ରୋଡ୍‌ ଶୋ’ । ସକାଳେ ଭୁବନେଶ୍ବର ସାଲିଆସାହିରେ ହେମାମାଳିନୀ ପ୍ରଥମେ ପ୍ରଚାର କରିଥିଲେ । ସାଲିଆସାହି ବସ୍ତି ଆସି ଖୁସି ଲାଗୁଛି । ସାଂସଦ ଅପରାଜିତା ଓଡ଼ିଶାରେ ନାରୀ ଶକ୍ତିର ପ୍ରତୀକ, ମହିଳାଙ୍କୁ ଆତ୍ମନିର୍ଭର ପାଇଁ ୫୦ ହଜାର ଟଙ୍କା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଓଡ଼ିଶା । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ହେବ ବୋଲି ସେ କହିଛନ୍ତି । ଦେଶ ବିକଶିତ ହେଉଛି, ଓଡ଼ିଶା ପଛରେ ପଡ଼ିଯାଇଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି ହେମାମାଳିନୀ କହିଛନ୍ତି । ଏହାପରେ କଟକ ସଦର ନିର୍ବାଚନ ମଣ୍ଡଳୀର କିଶନନଗରରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହେମାମାଳିନୀ । ଓଡ଼ାପଡ଼ା ପଡିଆରେ ହେଲିକାଫଟରରେ ଓହ୍ଲାଇଥିଲେ ।

କାର୍ଯ୍ୟକ୍ରମ ମୁତାବକ ପ୍ରଥମେ ଏକ ଶୋଭାଯାତ୍ରା ଓ ପରେ କିଶୋରନଗର ହାଇସ୍କୁଲ ପଡିଆରେ ଏକ ରାଜନୈତିକ ସଭାରେ ଯୋଗ ଦେଇଥାନ୍ତେ ହେମାମାଳିନୀ । କିନ୍ତୁ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ଅନୁଭବ କରିବା ପରେ ସେ ଅସୁସ୍ଥ ହୋଇ ଶୋଭାଯାତ୍ରା ଅଧାରୁ ଭୁବନେଶ୍ୱର ଫେରିଯାଇଥିଲେ । ପରେ ସନ୍ଧ୍ୟାରେ ପିପିଲିରେ ରୋଡ଼୍‌ ଶୋ’ରେ ସାମିଲ ହୋଇଥିଲେ ହେମାମାଳିନୀ । ପୁରୀ ଲୋକସଭା ଏବଂ ପିପିଲି ବିଜେପି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ସେ । ହେମାମାଳିନୀଙ୍କ ସହ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ ।

ସପେଟ ଆଜି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଉରକେଲାରେ ଜୋରଦାର ପ୍ରଚାର କରିଛନ୍ତି । ରାଉରକେଲା ସମାବେଶରେ ଦେଶ ତଥା ରାଜ୍ୟରେ ସରକାର ଗଠନ ନେଇ ଶାହଙ୍କ ସନ୍ଦେଶ। ଷ୍ଟିଲସିଟି ସମାବେଶରେ ବିଜେପି ଟପବ୍ରାସ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢୋକ୍ତି। କହିଲେ ଓଡ଼ିଶାରେ ସରକାର ଗଢିବ ବିଜେପି। ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ଆସନ ଜିତିବ ଦଳ। ଓଡ଼ିଶାରେ ୧୫ ଲୋକସଭା ଆସନରେ ବାଜିମାତ କରିବ ବିଜେପି। ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ଶାହ ।

ସେହିପରି ଶାହା କହିଛନ୍ତି ଯେ ଦେଶରେ ସରିଥିବା ୪ଟି ପର୍ଯ୍ୟାୟ ନିର୍ବାଚନରୁ ସଂକେତ ମିଳୁଛି କି ବିଜେପି ୨୭୦ ସିଟ୍ ଜିତୁଛି। ଏହା ହିଁ ୪ ଶହ ପାରର ସଂକେତ ବୋପି କହିଛନ୍ତି ଶାହ। ଓଡ଼ିଶାରେ ନବୀନ ବାବୁଙ୍କୁ ବାହାର କରି ବିକାଶ ଧାରର ଆରମ୍ଭ କରିବାକୁ ହେବ। କଂଗ୍ରେସ ରାମ ମନ୍ଦିର ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଓଡ଼ିଶାରେ ବିଜେଡି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲା। ଆଉ ନିର୍ବାଚନ ହେଉଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପୁନଃ ସ୍ଥାପନ କରିବାର ନିର୍ବାଚନ ବୋଲି କହିଛନ୍ତି ଶାହ।