ଦେଶରେ ୮୭୩ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୯ ମୃତ

ନୂଆଦିଲ୍ଲୀ: ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ କୋରୋନା ପ୍ରଭାବରେ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି ।