ଭାରତରେ ୧୪୭କୁ ବୃଦ୍ଧି ପାଇଲା କୋରୋନା ସଂକ୍ରମଣଙ୍କ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବୁଧବାର ସକାଳ ୦୯: ୦୦ ସୁଦ୍ଧା ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଂଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୧୨୨ଜଣ ଭାରତୀୟ ଏବଂ ୨୫ଜଣ ବିଦେଶୀ ନାଗରିକ।

କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ୧, ଦିଲ୍ଲୀର ୯, ହରିୟାଣାର ୨, କର୍ଣ୍ଣାଟକର ୧୧, କେରଳର ୨୫, ମହାରାଷ୍ଟ୍ରର ୩୮, ଓଡ଼ିଶାର ୧, ପଞ୍ଜାବର ୧, ରାଜସ୍ଥାନର ୨, ତାମିଲନାଡୁର ୧, ତେଲେଙ୍ଗାନାର ୩, ଜମ୍ମୁ ଓ କଶ୍ମୀରର ୩ , ଲଦାଖର ୮, ଉତର ପ୍ରଦେଶର ୧୫, ଉତରାଖଣ୍ଡର ୧ ଓ ପଶ୍ଚିମବଙ୍ଗର ୧ ବ୍ୟକ୍ତି।

ସେହିଭଳି ଆକ୍ରନ୍ତ ବିଦେଶୀ ନାଗରିକମାନଙ୍କ ମଧ୍ୟରେ ଦିଲ୍ଲୀରେ ରହିଛନ୍ତି ୧, ହରିୟାଣାରେ ୧୪, କେରଳରେ ୨, ମହାରଷ୍ଟ୍ରରେ ୩, ରାଜସ୍ଥାନରେ ୨, ତେଲେଙ୍ଗାନାରେ ୨ଜଣ ଏବଂ ଉତର ପ୍ରଦେଶର ୧। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇଥିବା କଥା ଜଣାପଡ଼ିଛି।