ଭୁବନେଶ୍ୱର: କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ଥିବାବେଳେ ପିଲାମାନଙ୍କର ପାଠ ପଢ଼ାରେ ନାନା ଅସୁବିଧା ସୃଷ୍ଟି ହେଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାସ୍ କରାଇଦେଇଥିଲେ। ଏବେ ସେମାନଙ୍କ ପାଖରେ ବହି ପହଂଚାଇବାର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ବହି ପହଂଚାଇବେ ଶିକ୍ଷକ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।
ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଂଚି ଯାଇଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଂଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିଲାମାନେ ବହି ନେବାକୁ ସ୍କୁଲ ଆସିବେନି। ଶିକ୍ଷକମାନେ ସେମାନଙ୍କ ଘରେ ବହି ଦେଇ ଆସିବେ।”
ଅନ୍ୟପକ୍ଷରେ କରୋନା ଲକ୍ଡାଉନ୍ ଯୋଗୁ ଆଜି ପର୍ଯ୍ୟନ୍ତ ମ୍ୟାଟ୍ରିକ୍ ଖାତା ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯାହାର ଉତର ଦେବାକୁ ଯାଇ ଶ୍ରୀ ଦାଶ କହିଛନ୍ତି, ମେ’ ୩ ତାରିଖ ପରେ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ।