ନବୀନ ନିବାସରୁ ହଟିଲା ସୁରକ୍ଷା ବ୍ୟବସ୍ଥା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି । ଆଉଟର କର୍ଡନରେ କେବଳ ସୁରକ୍ଷାକର୍ମୀ ଅଛନ୍ତି । ବିରୋଧୀ ଦଳ ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କିଛି ସୁରକ୍ଷାକୁ ଅପରବର୍ତ୍ତିତ ରଖାଯିବ ବୋଲି ଜଣାପଡ଼ିଛି ।

ସେପଟେ ଗତକାଲି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ଏହି ପଦ ଓ ଗୋପନୀୟତାର ଶପଥ ପାଠ ସହ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ଲେଖା ହୋଇଛି ନୂଆ ଇତିହାସ, ଆରମ୍ଭ ହୋଇଛି ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାର ପଂଚଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି କେନ୍ଦୁଝରର ଲୋକପ୍ରିୟ ଆଦିବାସୀ ଚେହେରା ।