ଆସନ୍ତା ୨୯ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୨୯ ତାରିଖ  ଅର୍ଥାତ୍ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ଜିଲ୍ଲାରେ କରଞ୍ଜିଆ ବିଧାନସଭା ଆସନ ବ୍ୟତୀତ ମୟୂରଭଞ୍ଜ ଲୋକସଭା ସମେତ ଅନ୍ୟ ୮ଟି ବିଧାନସଭା ଆସନରେ ଆସନ୍ତା ଜୁନ୍ ୧ ରେ ମତଦାନ ଥିବାରୁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ସୂଚନା ମିଳିଛି ।

ଶେଷ ମୁହୂର୍ତ୍ତରେ ମୋଦୀଙ୍କ କାର୍ଯ୍ୟକ୍ରମ ବାରିପଦାରେ ହେବାକୁ ଥିବା ନେଇ ସ୍ଥିର ହୋଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିବା ବେଳେ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ମିଳିପାରିନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ପୂର୍ବରୁ ଜାନୁଆରୀ ୫ ରେ ପ୍ରଧାନମନ୍ତ୍ରୀ ମୋଦି ବାରିପଦା ଗସ୍ତରେ ଆସିଥିଲେ । ମୋଦୀଙ୍କ ଗସ୍ତ ଫଳରେ ମୟୂରଭଞ୍ଜ ଜିଲ୍ଲାରେ ୯ ଟି ବିଧାନସଭା ମଧ୍ୟରୁ ୬ ଟି ବିଧାନସଭାରେ ବିଜେପି ବିଜୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ସାଂସଦ ମଧ୍ୟ ବିଜୟ ଲାଭ କରିଥିଲେ । ଏଥର ସାରା ଓଡ଼ିଶାରେ ପରିବର୍ତ୍ତନର ଧାରା ଚାଲୁଥିବାରୁ ଜିଲ୍ଲାରେ କିଭଳି ସବୁ ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ସେ ନେଇ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହିତ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେବେ।