ଦେଶବାସୀଙ୍କୁ ଲୋହରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋହରି ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଏହି ଅବସରରେ ସମସ୍ତଙ୍କର ସମୃଦ୍ଧି କାମନା କରିଛନ୍ତି।

ରାଷ୍ଟ୍ରପତି ନିଜ ଟ୍ବିଟରରେ ଲେଖିଛନ୍ତି, ‘ଲୋହରି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପର୍ବ ସମସ୍ତଙ୍କ ପାଇଁ ଖୁସି, ଉତମ ସ୍ବାସ୍ଥ୍ୟ ଓ ସମୃଦ୍ଧି ଆଣୁ।’

ରାଷ୍ଟ୍ରପତି ହିନ୍ଦୀ, ପଞ୍ଜାବୀ ଓ ଇଂରାଜୀ ଭାଷାରେ ଏହି ଶୁଭେଚ୍ଛା ବାର୍ତା ଟ୍ବିଟରରେ ପ୍ରକାଶ କରିଛନ୍ତି। ଲୋହରି ଉତର ଭାରତର ଏକ ପ୍ରସିଦ୍ଧ ପର୍ବ। ଏହି ପର୍ବରେ ପାରମ୍ପରିକ ସଙ୍ଗୀତ ଗାନ କରାଯିବା ସହ ପୂଜା ପରିକ୍ରମା ଓ ଅଗ୍ନି ପ୍ରଜ୍ବଳନ କରାଯାଇଥାଏ।