ବନ୍ଦ ହେଲା ମାଟ୍ରିକ ଖାତାଦେଖା ପ୍ରକ୍ରିୟା

କଟକ: ମାଟ୍ରିକ ଖାତା ମୂଲ୍ୟାୟନ ଉପରେ ପଡିଲା କୋରୋନା ପ୍ରଭାବ । ସାମୟିକ ପାଇଁ ସ୍ଥଗିତ ହେଲା ମୂଲ୍ୟାୟନ ପ୍ରକ୍ରିୟା । ଗୁରୁବାର ଗୋଟିଏ ଦିନ ଖାତାଦେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖାତାଦେଖା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଥମ ଦିନର ଖାତାଦେଖା ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟାୟନ କେନ୍ଦ୍ରରେ ପହଂଚିଥିଲେ ଖାତାଦେଖା ପାଇଁ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସାନିଟାଇଜରରେ ହାତ ସଫା କରିବା ସହ ଏକ ମିଟର ଦୂରତାରେ ଖାତାଦେଖା ପ୍ରକ୍ରିୟା ହୋଇଥିଲା ।