ବାନ୍ଦ୍ରାରେ ଶ୍ରମିକ ଏକତ୍ରିତ: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବିନୟ ଦୁବେଙ୍କୁ ନବୀ ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି। ଲକ୍ ଡାଉନ୍ ବେଳେ ବିନୟ ଦୁବେ ଜନତାଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି।

ବିନୟ ଦୁବେ ‘ଚାଲ ଘରକୁ ଯିବା’ ଅଭିଯାନ ଚଳାଉଥିଲେ। ଫେସବୁକରେ ସେୟାର କରିଥିବା ତାଙ୍କ ପୋଷ୍ଟରେ ସେ କହିଥିଲେ। ଏହି ମାମଲାରେ ପୋଲିସ ଏକ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା ୧୧୭, ୧୫୩ ଏ, ୧୮୮, ୨୬୯, ୨୭୦, ୫୦୫ (୨) ଏବଂ ଏପିଡେମିକ୍ ଆକ୍ଟର ଧାରା ୩ ଅନୁଯାୟୀ ଦୁବେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶଥାଉକି, ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏକତ୍ରିତ ହୋଇଥିଲେ। ଏହି ସମସ୍ତ ଶ୍ରମିକମାନେ ଘରକୁ ଯିବା ପାଇଁ ଷ୍ଟେସନରେ ପହଂଚିଥିଲେ । ସେମାନଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା ।