ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ

ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ । ଏହା ସହିତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ବି ଭାଙ୍ଗିଛି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସୋମବାର ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ତେଣୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ଆଜି ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଯାଇଛି ।

ବିଧାନସଭା ଓ ମନ୍ତ୍ରୀମଣ୍ଡଳ ଭଙ୍ଗ କରିବା ପାଇଁ ସୋମବାର ଶେଷ କ୍ୟାବିନେଟ୍‌ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍‌ ବୈଠକ । ଆଉ ବୈଠକରେ ବିଧାନସଭା ଭଙ୍ଗ କରିବାକୁ ନେଇ ଆଲୋଚନା ହେବା ପରେ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା । ଯାହାକୁ କି ରାଜ୍ୟପାଳ ଅନୁମୋଦ ଦେଇଛନ୍ତି ।

ସୂଚନା ଯେ, ମଙ୍ଗଳବାର ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଣ୍ଟ୍ରୋଲ ରୁମ୍‌ ଗୁଡିକୁ ମଧ୍ୟ ୨୪ ଘଣ୍ଟିଆ CCTV ନଜରରେ ରଖାଯାଇଛି । କଣ୍ଟ୍ରୋଲ ରୁମ୍‌ ବାହାରେ କଡା ସୁରକ୍ଷା ବଳୟ ମଧ୍ୟ ରହିଛି । ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ତୟାର ରହିଛନ୍ତି ପୋଲିସ ।