ଇମାମୀ ପେପର ମିଲ୍ ଷ୍ଟକରୁମରେ ଅଗ୍ନିକାଣ୍ଡ

ବାଲେଶ୍ଵର: ଜିଲ୍ଲା ରେମୁଣା ଠାରେ ଥିବା ଇମାମୀ ପେପର ମିଲର ଷ୍ଟକରୁମରେ ଅଗ୍ନିକାଣ୍ଡ । ଏହି ପେପର ମିଲ୍‌ର ପଶ୍ଚିମପଟର ଷ୍ଟକରୁମରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ନିଆଁକୁ ଆୟତ୍ତ କରିବା ପାଇଁ ୫ଟି ଦମକଳ ବାହିନୀ ମୁତୟନ କରାଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି । ସେପଟେ ନିଆଁକୁ ଆୟତ କରିବାରେ ଲାଗିଛି ଅଗ୍ନିଶମ ବିଭାଗ ।