ଆଜି ୪ ରାଜ୍ୟର ବିଧାନସଭା ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଚାରି ଦିନ ପୂର୍ବରୁ ୪ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଚଳିତ ମାସ ୨୩ ତାରିଖରେ ଛତିଶଗଡ଼ର ମାଓ ଅଧ୍ୟୁଷିତ ଦନ୍ତେୱାଡା, କେରଳର ପାଲା, ତ୍ରିପୁରାର ବାଦରଘାଟ ଓ ଉତ୍ତରପ୍ରଦେଶର ହମୀରପୁର ଆସନ ପାଇଁ ଉପନିର୍ବାଚନ ହୋଇଥିଲା । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଲା ଆସନର ଉପନିର୍ବାଚନରେ ୭୧.୪୩ ପ୍ରତିଶତ ମଦଦାନ ହୋଇଥିଲା । ସେହିପରି ଦନ୍ତେୱାଡା ଆସନରେ ୫୪.୧୫ ପ୍ରତିଶତ, ହମୀରପୁରରେ ୫୧ ପ୍ରତିଶତ ଓ ବାଦରଘାଟରେ ୭୯.୨୯ ପ୍ରତିଶତ ମତଦାନ ହୋଇଥିଲା । 

ବାଦରପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅତ୍ୟାବଶ୍ୟକ ଥିଲା । ଏଠାରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଦିଲୀପ ସରକାର ୨୦୧୮ ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କର ମୃତ୍ୟୁ ପରେ ଆସନଟି ଖାଲି ପଡିଥିଲା ।