ସର୍ବସାଧାରଣ ଗଣେଶ ପୂଜାରେ କଟକଣା ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର:   କରୋନା ମହାମାରୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସର୍ବସାଧାରଣ ଗଣେଶ ପୂଜାରେ କଟକଣା ଲଗାଇଛି । କମିଶନରେଟ ପୋଲିସ ପକ୍ଷରୁ ଏନେଇ ଟୁଇଟରରେ ଉଲ୍ଲେଖ କରାଯାଇଛି ।

କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି, କରୋନା ଭାଇରସ ମହାମାରୀ ପାଇଁ ଜନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ଗଣେଶ ପୂଜା କରିବା ପାଇଁ କୌଣସି ପୂଜା ମଣ୍ଡପକୁ ଅନୁମତି ଦିଆଯାଇନାହିଁ । ଏପରିକି ମୁମ୍ବାଇରେ ମହାମାରୀ ପାଇଁ ମଧ୍ୟ ଗଣେଶ ପୂଜା କରାଯାଉନାହିଁ । ତେଣୁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।