ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ‘ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି।’

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜିତ ହୋଇଛନ୍ତି ।