ବାରବାଟୀ ଷ୍ଟାଡିୟମର ନବକଳେବର କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଭିସି ଜରିଆରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ରାଜ୍ୟର ୩୦ ଜିଲ୍ଲାର ୪୧ କ୍ରିକେଟ୍‌ ଏକାଡେମୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର , ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ ।

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପୁରୀ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବ୍ରହ୍ମପୁର, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଯାଜପୁର, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ମହିଳା କ୍ରିକେଟ ଏକାଡେମୀ ପୁରୀ, କ୍ରିକେଟ ଗ୍ରାଉଣ୍ଡ ଝାରସୁଗୁଡ଼ା, ଭାରୋତ୍ତୋଳନ ଏକାଡେମୀ ଗଞ୍ଜାମ, ହକି ପ୍ରଶିକ୍ଷଣ କେନ୍ଦ୍ର ଯାଜପୁର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରାଯାଇଛି ।

ଭିଏସଏସ କ୍ରିକେଟ ଷ୍ଟାଡିୟମ, ସମ୍ବଲପୁରର ପୁନଃବିକାଶ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବରଗଡ଼, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଢ଼େଙ୍କାନାଳ ଏବଂ ସ୍ପୋର୍ଟ୍ସ ଏକାଡେମୀ ଯାଜପୁର ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରିକେଟର ଇରଫାନ୍ ପଠାନ, ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, IPL ଅଧ୍ୟକ୍ଷ ଅରୁଣ ସିଂ ଧୂମାଲଙ୍କ ସମେତ ଓସିଏ କର୍ମକର୍ତ୍ତା ଯୋଗଦେଇଛନ୍ତି।