ରାଜ୍ୟ ସଂଗ୍ରହାଳୟରେ ଲୋକମାନଙ୍କ ସହ ମିଶି ରଜ ପାଳିଲେ ମୁଖ୍ୟମନ୍ତ୍ରୀ

ସାରା ରାଜ୍ୟରେ ଆଜି ପହିଲି ରଜକୁ ହସ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଲୋକମାନଙ୍କ ସହ ମିଶି ରଜ ପାଳନ କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ରଜ ମହୋତ୍ସବରେ ପୋଡ ପିଠା ଖାଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ଲୋକଙ୍କ ସହ ସାମିଲ ହୋଇ ରଜ ମଉଜର ଉପଭୋଗ କରିବା ସାଂଗକୁ ଓଡିଆ କଳା, ସଂସ୍କୃତି, ଐତିହ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ ।

ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବର ମଧ୍ୟ ଉଦଘାଟନ କରିଛନ୍ତି । ପୋଡ ପିଠା ଖାଇ ଗୋଟିପୁଅ ଓ ଓଡିଶୀ ନୃତ୍ୟକୁ ଉପଭୋଗ କରିବା ସହ ମୁଭିଂ ସେନ୍ସର ଡାଇନୋସରର ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ବାବୁ ସିଂ, ସଚିବ ସାଲିନ୍ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ । ଏହି କ୍ରମରେ ଲୋକଙ୍କ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସରକାର ଓ ଜନତାଙ୍କ ମଧ୍ୟରେ ସଂପର୍କ ସ୍ଥାପନ ପାଇଁ ଏହି ରଜମହୋତ୍ସବ ଏକ ମାଧ୍ୟମ । ଆମ ସରକାର ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି । ଏହାସହ ରଜ ମହୋତ୍ସବକୁ ଜାକ ଜମକରେ ପାଳନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।