କୋରୋନା ଆକ୍ରାନ୍ତ ଙ୍କୁ ଟ୍ରାକ୍ କରିବ ନୂଆ ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ଆଇଟି ମନ୍ତ୍ରଣାଳୟ ସହିତ ମିଶି ଏକ ଆପ୍ସର ଶୁଭାରମ୍ଭ କରିଛି। ଯାହାକି କୋରୋନା ଆକ୍ରାନ୍ତଙ୍କୁ ଟ୍ରାକ କରିବ।

ଏହି ଆପ୍ସର ନାମ କୋରୋନା କବଚ (corona kavach) ରହିଛି। ଲୋକଙ୍କ ସୁରକ୍ଷା ପାଇଁ ଏହି ଆପ୍ସର ଶୁଭାରମ୍ଭ କରିଛନ୍ତି ସରକାର। ଏହାଦ୍ୱାରା ଜଣେ କୋରୋନା ଭାଇରସର ପୂର୍ବ ସୂଚନା ପାଇବା ସହିତ ଏହାର ପ୍ରକୋପ ବାବଦରେ ଜାଣିପାରିବ। ଏହି ଆପ୍ କରୋନା ତଥ୍ୟ ସମୀକ୍ଷା କରିବା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ବାବଦରେ ମଧ୍ୟ ସୂଚନା ଦେବ।

ଆଣ୍ଡ୍ରୋଏଡ ମୋବାଇଲ୍ ଫୋନ୍ ୟୁଜର୍ସ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ସକୁ ଡାଉନଲୋଡ କରି ଇନଷ୍ଟଲ କରିପାରିବେ। ସୂଚନାଯୋଗ୍ୟ ଏହି ଆପ୍ସ ଏବେ ବେଟା ବା ପ୍ରାଥମିତ ଷ୍ଟେଜରେ ରହିଛି। ଏହାର ସମସ୍ତ ଫିଚର ଏବେ ପରୀକ୍ଷା କରାଯାଉଛି।