ଆତଙ୍କବାଦୀ ହାଫିଜ ସଇଦ ଗିରଫ

ନୂଆଦିଲ୍ଲୀ: ପୁଲୱାମା, ଉରୀ ଏବଂ ମୁମ୍ବାଇ ଆକ୍ରମଣ ସମେତ ଭାରତରେ ବହୁ ବଡ ଆକ୍ରମଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦ ଗିରଫ ହୋଇଛି । ଜମାତ-ଉଦ-ଦାବାର ହାଫିଜ ସଇଦକୁ ପାକିସ୍ତାନର ପଞ୍ଜାବରୁ ଗିରଫ କରାଯାଇଛି । ଟେରର ଫଣ୍ଡିଙ୍ଗ ମାମଲାରେ ପଞ୍ଜାବ ପୁଲିସ ଆତଙ୍କବାଦ ବିରୋଧୀ ବିଭାଗ ତାହାକୁ ଲାହୋରରୁ ଗିରଫ କରିଛି । ସେ ଲାହୋରରୁ ଗୁଜରାଂୱାଲ ଯାଉଥିଲା । ତେବେ ତାହାକୁ ନ୍ୟାୟିକ ପ୍ରକ୍ରିୟା ପାଇଁ ପଠାଯାଇଛି । ଏତଦ୍ ବ୍ୟତୀତ ସିଟିଡି ଜମାତ-ଉଦ-ଦାବାର ଅନ୍ୟ ୧୩ଜଣ ନେତାଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଛି ।