ଲାଲକିଲ୍ଲାରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀଠାରେ ଥିବା ଲାଲ କିଲ୍ଲା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ସୁରକ୍ଷା ସଂସ୍ଥା ଗୁଡିକ ଏନେଇ ହାଇ ଆଲର୍ଟ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଆଫଗାନିସ୍ତାନର ପାସପୋର୍ଟରେ ଦେଶର ରାଜଧାନୀରେ ପ୍ରବେଶ କରିପାରନ୍ତି । 

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାଲ କିଲ୍ଲାର ତିନି କିମି ଭିତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଗୁଇନ୍ଦା ସଂସ୍ଥାଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ, ନାଳ, ଗାତ ଏବଂ ଅନ୍ୟ ମାଧ୍ୟମରେ ଆକ୍ରମଣ କରିପାରନ୍ତି । ଆଲର୍ଟରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଆଇଇଡି, ସରକାରୀ ଗାଡି ଏବଂ ପୋଷାକର ବ୍ୟବହାର କରି ପାରନ୍ତି ।

କେବଳ ଏତିକି ନୁହେଁ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ତିନି, ଚାରି ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରି ସାରିଛନ୍ତି । ଗୁଇନ୍ଦା ବିଭାଗ ଗୁଡିକ କିଛି ସନ୍ଦିଗ୍ଧଙ୍କ ଫୋନକଲ ଇଣ୍ଟରସେପ୍ଟ କରିବା ପରେ ଏନେଇ ପୁଷ୍ଟି ହୋଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ-ଦିଲ୍ଲୀ, ଲକ୍ଷ୍ନୌ ଓ ଗାଜିଆବାଦରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ଦିଲ୍ଲୀ ଏୟରପୋର୍ଟକୁ ହାଇ ଆଲର୍ଟ ଜାରି କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଭିଭିଆଇପିଙ୍କୁ ଟାର୍ଗେଟ କରାଯାଇପାରେ । ଏହାସହ ଦେଶର ରାଜଧାନୀ ଦିଲ୍ଲୀର ୧୭ଟି ଅଞ୍ଚଳକୁ ସମ୍ବେଦନଶୀଳ ଘୋଷିତ କରାଯାଇଛି ।