ପ୍ରେମ କରିବାକୁ ରାଜି ହେଲାନି ବୟଫ୍ରେଣ୍ଡ, ଜୀବନ ହାରିଲା ୧୦ମ ଶ୍ରେଣୀ ଛାତ୍ରୀ

ଗୋକୁଲପୁର : ପ୍ରେମରେ ବିଫଳ ହୋଇ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ଏହିଭଳି ଅଭାବନ୍ୟୀ ଘଟଣା ଘଟିଛି ଧମତରୀ ଗୋକୁଲପୁର ଅଂଚଳରେ ।

ମେଘା ନାମକ ୧୭ ବର୍ଷ ବୟସ୍କ ଜଣେ ଛାତ୍ରୀ ଏହି ଆତ୍ମହତ୍ୟା କରିଥିବାର ଜଣାଯାଇଛି । ମେଘା ଦଶମଶ୍ରେଣୀରେ ସ୍ଥାନୀୟ ସ୍କୁଲରେ ପାଠ ପଢ଼ୁଥିଲେ । ସେ ସେହି ସ୍କୁଲରେ ପଢ଼ୁଥିବା ଜଣେ ସହପାଠୀଙ୍କ ସହ ପ୍ରେମ ହୋଇଯାଇଥିଲା । ସହପାଠୀଙ୍କ ସହ ପ୍ରେମକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଏହି ଘଟଣାରୁ ସହପାଠୀ କିଛି ଦିନ ପାଇଁ ପ୍ରେମିକା୍ଂକୁ ଦୂରେଇ ରଖିଥିଲେ । କିନ୍ତୁ ଏହି ଘଟଣା କୁ ସହଜ ଭାବରେ ଗ୍ରହଣ କରି ପାରି ନଥିଲେ ମେଘା । ଘଟଣା ଦିନ ସେ ସ୍କୁଲ ଯିବା ରାସ୍ତାରେ ମଧ୍ୟ ସହପାଠୀ ତଥା ପ୍ରେମିକଙ୍କୁ ଏବାବଦରେ କହିଥିଲେ, କିନ୍ତୁ ପ୍ରେମିକ କିଛି କହି ନଥିଲେ ।
ମେଘା ଘରକୁ ଫେରିବା ପରେ ଘରେ କେହି ନଥିଲେ । ଏହି ମୌକାରେ ମେଘା କିଚେନ ରୁମରେ ଫାଶି ଲଗାଇ କରିଥିଲେ ଆତ୍ମହତ୍ୟା ।

ମେଘାଙ୍କର ବାପା-ମାଆ ଘରକୁ ଫେରି ମେଘା ଫାଶୀ ଦେଇଥିବା ଦେଖିଥିଲେ । ପୋଲିସକୁ ଖବର ଦେବା ପରେ ଶବକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇ ଦେଇଥିଲେ । ଏହି ଘଟଣାର ଅଧିକ ତଦନ୍ତ ପାଇଁ ଛାନଭିନ କରିଥିଲା ପୋଲିସ । ମେଘାର ଖାତା ଭିତରୁ ପାଇଥିବା ଚିଠିକୁ ଆଧାର କରି ମେଘା ପ୍ରେମରେ ଧୋକାଖାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି ।