କମେଣ୍ଟ ମରାକୁ କେନ୍ଦ୍ର କରି କିଟ କ୍ୟାମ୍ପସରେ ଖଣ୍ଡଯୁଦ୍ଧ ୫୦ଛାତ୍ର ଆହତ, ୨୦ ଗରୁତ୍ତ, ୩ ସଙ୍କଟାପନ୍ନ

ଭୁବନେଶ୍ବର :କିଟରେ କ୍ୟାମ୍ପସରେ ହିଂସାକାଣ୍ଡ । କମେଣ୍ଟ ମରାକୁ ନେଇ ପଟିଆ ସ୍ଥିତ କିଟ କ୍ୟାମ୍ପସରେ ଥିବା କିଟ ଲ ସ୍କୁଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଶନିବାର ଅପରାହ୍ନରେ ଘଟିଥିବା ଏହି ହିଂସାକାଣ୍ଡ ଘଟଣାରେ ୫୦ ଅଧିକ ଗରୁତ୍ତର ଅାହତ ହୋଇ ଚକିତ୍ସିତ ହେଉଛନ୍ତି । ଏହାକୁ ନେଇ କ୍ୟାମ୍ପସ ପରିସରରେ ଏବେବି ପରିସ୍ଥିତି ଅଣାୟତ ହୋଇ ରହିଛି । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ପୋଲିସ ଅଟକ ରଖିଛି ।

ଭୁବନେଶ୍ବର କିଟ ବିଶ୍ବ ବିଦ୍ୟାଳୟ । ଶନିବାରର। କମେଣ୍ଟ ମରାକୁ କେନ୍ଦ୍ର କରି କ୍ୟାମ୍ପସରେ ତୁମୁଳ କାଣ୍ଡ ଘଟିଥିଲା । ଖଣ୍ଡଯୁଦ୍ଧ ଚାଲିଥିଲା । ତିନିଦିନ ତଳେ କିଟ୍ ଲ ସ୍କୁଲ ପ୍ରଥମ ବର୍ଷର ଜନୈକ ଛାତ୍ରୀକୁ ଜଣେ ଇଞ୍ଜିନିୟରିଂ ଛାତ୍ର କମେଣ୍ଟ ମାରିଥିଲେ । ଯାହାକୁ ନେଇ ଗତ ଦୁଇ ଦିନ ଧରି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା । ତେବେ ଶନିବାର ଅପରାହ୍ନରେ ଏହି ଘଟଣା ଉଗ୍ର ରୂପ ନେଇଥିଲା ।  ଏହି ଘଟଣାରେ ୫୦ ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ୨୦ ଜଣଙ୍କ ଅବସ୍ଥା ଗରୁତର ଥିବା ବେଳେ । ୩ ଜଣଙ୍କ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ । ସମସ୍ତେ ଏବେ କିଟ୍‌ ହସ୍ପିଟାଲରେ ଚିକିତ୍ସିତ । । ସିସିଟିଭି ଫୁଟେଜ ଯାଞ୍ଚ କରି ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଇଞ୍ଜିନିୟରିଂ ଏବଂ ଲ ଷ୍ଟୁଡେଣ୍ଟମାନଙ୍କୁ ହୋ​‌ଟେଲ ଛାଡିବା ନିର୍ଦେଶ ଦିଆଯାଇଛି।

କ୍ୟାମ୍ପସରେ ଏବେ ବି ଉତ୍ତେଜନା ରହିଛି। ତେବେ ପୂରା ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ  କ୍ୟାମ୍ପସରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଦୁଇ ଦିନ ତଳର ଏହି ନିଆଁ ବିସ୍ଫୋରକ ରୂପ ନେଲା ପୋଲିସ ସତର୍କତା କାହିଁକି ନେଇ ପାରିଲାନି। ନିକଟରେ ଫାଣ୍ଡି ଥିଲେ ମଧ୍ୟ ଏନେଇ ପୋଲିସ କେମିତି ସୂଚନା ପାଇଲା ନାହିଁ ପ୍ରଶ୍ନ ଉଠୁଛି।