ସଂକଟରେ ଜଙ୍ଗଲର ରାଜା : ୧୦ ଦିନରେ ୧୦ ସିଂହଙ୍କ ମୃତ୍ୟୁ

ଜୁନାଗଡ଼ : ଗୁଜରାଟର ଗିର ଅଭୟାରଣ୍ୟରେ ସିଂହ ମଡ଼କ । ତିନି ସପ୍ତାହ ମଧ୍ୟରେ ୨୧ ସିଂହଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ୧୧ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୦ ରୁ ୩୦ ତାରିଖ ମଧ୍ୟରେ ଯଶଧର ଆନିମଲ୍ କେୟାର ସେଣ୍ଟରରେ ୧୦ ଟି ସିଂହଙ୍କ ମୃତ୍ୟୁ ହୋଇଛି । ଭୂତାଣୁ ସଂକ୍ରମଣ ଯୋଗୁ ଏତେ ସଂଖ୍ୟାରେ ସିଂହଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସଂକଟରେ ଜଙ୍ଗଲର ରାଜାଗିର୍ ଅଭୟାରଣ୍ୟରେ ସିଂହ ବଂଶ ପ୍ରତି ବିପଦତିନି ସପ୍ତାହ ମଧ୍ୟରେ ୨୧ ସିଂହଙ୍କ ମୃତ୍ୟୁ ସେପ୍ଟେମ୍ବର ୧୨ ରୁ ୧୮ ମଧ୍ୟରେ ଡାଲଖାନିୟାରେ ଛୁଆ ସମେତ ୧୧ ସିଂହଙ୍କ ମୃତ୍ୟୁ ହୋଇଥିଲା । ନିକଟରେ ଆଉ ୧୦ ଟି ସିଂହଙ୍କ ମୃତ୍ୟୁ ହୋଇଛି । ଯଶଧର ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ୭ ସିଂହଙ୍କ ମୃତ୍ୟୁ ହୋଇଥିବା ଗୁଜୁରାଟ ବନ ବିଭାଗ ସ୍ପଷ୍ଟ କରିଛି । ସିଂହ ମଡ଼କକୁ ନେଇ ଚିନ୍ତାରେ ପଶୁପ୍ରେମୀ ।

ଏତେ ସଂଖ୍ୟକ ସିଂହଙ୍କ ମୃତ୍ୟୁର କାରଣ ଭୂତାଣୁ ସଂକ୍ରମଣ ବୋଲି ପ୍ରାଣୀ ବିଶେଷଜ୍ଞ ସନ୍ଦେହ କରୁଛନ୍ତି ପ୍ରୋଟୋଜୋଆନ୍ ନାମକ ଏହି ଭୂତାଣୁ ସଂକ୍ରମଣ ଟିଙ୍କ ଦ୍ବାରା ବ୍ୟାପିଥାଏ। ଏହି ଟିଙ୍କ କୁକୁର, ଗୋରୁ ଏବଂ ଘାସରେ ଥାଆନ୍ତି । ଏହି ଭାଇରସ ଯୋଗୁଁ ୧୯୯୪ରେ ତାଞ୍ଜାନିଆର ସେରେଙ୍ଗେଟି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୧୦୦୦ ସିଂହଙ୍କ ମୃତ୍ୟୁ ଘଟିଥିଲା। ଗିର୍ ଅଭୟାରଣ୍ୟରେ ପୂର୍ବରୁ ମରିଥିବା ୧୧ ଟି ସିଂହଙ୍କ ମଧ୍ୟରୁ ୪ ଟି କାନାଇନ୍ ଡିସ୍‌ଟେମ୍ପର ଭାଇରସ୍‌ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଭାଇରୋଲୋଜିରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ମୃତ ସିଂହଙ୍କ ମଧ୍ୟରୁ ୬ଟି ପ୍ରୋଟୋଜୋଆନ୍‍ ଇନଫେକସନ୍‍ ଯୋଗୁଁ ଓ ୪ଟି ଅଜଣା ଭାଇରସ ଯୋଗୁଁ ମୃତ୍ୟୁ ଘଟିଛି। ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅହମ୍ମଦାବାଦ ପ୍ରାଣୀ ବିଶେଷଜ୍ଞ କହିଛନ୍ତି।

ସ୍ଥିତି ଗୁରୁତର ହେଉଥିବାରୁ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ସେମ୍ରାଡି ଅଞ୍ଚଳର ୩୧ଟି ସିଂହଙ୍କୁ ଜାମ୍‍ୱାଲାକୁ ସ୍ଥାନାନ୍ତର କରାଯାଇଛି।