୩୯ ଡିଗ୍ରୀ ଛୁଇଁଲା ରାଜଧାନୀ ତାପମାତ୍ରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତାତି ବଢ଼ିବାରେ ଲାଗିଛି। ଫେବୃଆରୀ ସରିନି ମେ’ ମାସ ପରି ତାତି ଅନୁଭୁତ ହେଲାଣି। ଗତକାଲି ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ଟପି ଯାଇଥିଲା। ଆଜି ତାପମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।