ବିମାନରେ ଅଭିନେତ୍ରୀଙ୍କୁ ଅସଦାଚରଣ, ବାରମ୍ବାର ଦେହରେ ହାତ ମାରିଲେ,ଫଟୋ ବି ଉଠାଇଲେ ସହଯାତ୍ରୀ

ମୁମ୍ବାଇ : ବିମାନରେ ଅସଦାଚରଣ । ତାହା ପୁଣି ଜଣେ ସେଲିବ୍ରେଟିଙ୍କୁ । ଲୋକପ୍ରିୟ ଅଭିନେତ୍ରୀଙ୍କୁ ବିମାନ ଭିତରେ ହୋଇଛି ଅସଦାଚରଣ । ନିଜ ଧାରାବାହିକର ପ୍ରମøାସନ ଲାଗି ମୁମ୍ବାଇରୁ – ଦିଲ୍ଲୀ ଯାଉଥିବାବେଳେ ବିମାନରେ ଜଣେ ସହଯାତ୍ରୀ ଅଭିନେତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏମିତିକି ଅଭିନେତ୍ରୀଙ୍କ ପାଖ ସିଟରେ ବସିଥିବା ଯୁବ ସହଯାତ୍ରୀ ଜଣଙ୍କ ତାଙ୍କ ଦେହକୁ ବାରମ୍ବାର ଛୁଇଁଥିଲା । ହାତରେ ହାତ ରକିଥିଲା ଓ ସେ ଶୋଇବାବେଲେ ମୁହଁ ପାଖକୁ ମୁହଁ ନେଇଥିଲା । ଏମିତିକି ବାରମ୍ବାର ବିଭିନ୍ନ ଆଙ୍ଗେଲରୁ ଫଟୋ ବି ନେଇଥିଲା । ଏମିତି ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଆମ୍ରପାଲି ଗୁପ୍ତା ।

ଧାରାବାହିକ ‘କୁବୁଲ ହେ’ର ଅଭିନେତ୍ରୀ ଅମ୍ରପାଲି ଗୁପ୍ତା ବିମାନ ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ସୂଚନା ମିଳିଛି । ନିଜର ନୂଆ ଧାରାବାହିକର ପ୍ରମୋସନ ପାଇଁ ସେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା । ବିମାନରେ ତାଙ୍କ ପାଖରେ ବସିଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତ ଉପରେ ନିଜର ହାତ ରଖିବା ସହ ସେ ଶୋଇଥିବା ବେଳେ ତାଙ୍କ ମୁହଁ ପାଖକୁ ନିଜ ମୁହଁ ଆଣିଥିଲେ । ଆମ୍ରପାଲିଙ୍କ କହିବା ଅନୁଯାୟୀ, ସକାଳ ସମୟରେ ତାଙ୍କର ଫ୍ଲାଇଟ୍‌ ଥିଲା । ବିମାନରେ ବସିବା ପରେ ତାଙ୍କ ପାଖରେ ଜଣେ ଯୁବକ ଆସି ବସିଥିଲେ । କିଛି ସମୟ ପରେ ଯୁବକ ଜଣଙ୍କ ନିଜ ହାତକୁ ଆମ୍ରପାଲିଙ୍କ ହାତ ଉପରେ ଆଣି ରଖିଥିଲେ । ଏହା ଭୁଲ୍‌ରେ ହୋଇ ଯାଇଥିବ ବୋଲି ଭାବି କିଛି କହି ନଥିଲେ ଆମ୍ରପାଲି ।