ତେଲେଙ୍ଗାନା ଭିକାରାବାଦରେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ସୁଲତାନପୁର:ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାର ସୁଲତାନପୁର ଗ୍ରାମରେ ଟ୍ରେନିଂ ସମୟରେ ଏକ ବିମାନ କ୍ରାଶ ହୋଇଯାଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାନୁସାରେ, ଆଜି ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାର ସୁଲତାନପୁରର ଏକ ବିମାନ କ୍ରାଶ ହୋଇଯାଇଛି । ଏହି ସମୟରେ ବିମାନରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ ଥିଲେ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ପାଇଲଟଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ପ୍ରକାଶ ବିଶାଲ । ତେବେ ମହିଳା ପାଇଲଟଙ୍କ ପରିଚୟ ମିଳିପାରି ନାହିଁ । ବିଶାଲ ଟ୍ରେନି ପାଇଲଟ ଥିବା କୁହାଯାଉଛି ।

ସୂଚନାଯୋଗ୍ୟ କି, ଗତ ଶୁକ୍ରବାର ଦିନ ମଧ୍ୟ ମହାରାଷ୍ଟ୍ରର ଶିରପୁରାରେ ଟ୍ରେନିଂ ସମୟରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ଛାତ୍ରଜଣଙ୍କ ପ୍ରଥମେ ବିମାନରୁ ଡେଇଁ ପଡିଥିଲେ । ଫଳରେ ତାଙ୍କର ଜୀବନ ବଂଚି ଯାଇଥିଲା । ଏଥିରେ ୧୭୨-ଆର ବିମାନ କ୍ଷତିଗ୍ରସ୍ତ ହୋଇଛି ।