୯ତାରିଖରୁ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍‌ଲାଇନ୍ କ୍ଲାସ । କଲେଜ ପରିସର ସଫା ସହ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ପ୍ରକୋପ ସାମାନ୍ୟ କମିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି । କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟର କ୍ଲାସ ହେବ । ସାମାଜିକ ଦୂରତା ଅବଳମ୍ବନ କରାଯିବ । ଲାବରୋଟୋରୀକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ।

technical colleges reopen from 9th august in odisha