ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ କଲୋନୀରେ ଗୁରୁଦିବନ ପାଳନ

ଭୁବନେଶ୍ୱର: ଆଜି ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ. କଲୋନୀ, ଚନ୍ଦ୍ରଶେଖର, ଭୁବନେଶ୍ୱରରେ ଗୁରୁଦିବସ ମହାସମାରୋହରେ ପାଳନ କରାଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଶୁତୋଷ ରଥ, ସଭାପତି ଶ୍ରୀଯୁକ୍ତ ବଦନ ମୋହନ ଧଳ, ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ତ୍ରିପାଠୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗଣପୂଜା କରାଯାଇଥିଲା ।

ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ଗୁରୁଦିବସ ସମ୍ବନ୍ଧରେ ଅଭିଭାଷଣ ଦେଇଥିଲେ । ମୁଖ୍ୟଅତିଥି ଓ ସଭାପତି ଗୁରୁଦିବସର ତାତ୍ପର୍ଯ୍ୟ ଓ ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଶେଷରେ ନାଲକୋ ଫାଉଣ୍ଡେସନ ତରପରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱାସ୍ଥ୍ୟପ୍ରଦ ସାମଗ୍ରୀ ସମସ୍ତ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟନାଟିକା ‘ଏକଲବ୍ୟର ଗୁରୁଦକ୍ଷିଣା’ ପରିବେଷଣ କରାଯାଇଥିଲା ।