ଗୁଜୁରାଟ : ବିଦ୍ୟାଳୟ ଶିକ୍ଷାର ମନ୍ଦିର । ଏଠି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠା ହୁଏ । ଶିକ୍ଷାର ପୁଜାରି ସାଜ୍ଜି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରନ୍ତି । ଭଲ ଚରିତ୍ର ଗଢିବାର ବାଟ ଦେଖାନ୍ତି । ହେଲେ ଏମିତି ଶିକ୍ଷାର ମନ୍ଦିରରେ ଶିକ୍ଷକ ଓ ଶିକ୍ଷୟତ୍ରୀ କ୍ଲାସ ରୁମରେ ପ୍ରେମରେ ଉବୁ ଟୁବୁ ହୋଇ ଆପତି ଜନକ ଅବସ୍ଥାରେ ଚୁମ୍ବନ ଦେବାନେବା ହେବାବେଳେ ଧରା ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି ଗୁଜୁରାଟରେ ।
କିଛି ଦିନ ହେବ ଗୁଜୁରାଟର ଏକ ସ୍କୁଲର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଶ୍ରେଣୀଗୃହରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରସ୍ପରକୁ ଚୁମ୍ବନ ଦେଉଥିବାର ଲୋକେ ଦେଖିବାକୁ ଯାଇଛନ୍ତି । ଏହି ସମୟର ଭିଡ଼ିଓ କେହି ଜଣେ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାର ଓ ଦିଦି ପରସ୍ପର ଆଲିଙ୍ଗନ ମୁଦ୍ରାରେ ଅଛନ୍ତି । ଆପତ୍ତି ଜନକ ଅବସ୍ଥାରେ ଥାଇ ପରସ୍ପରକୁ କିସ କରୁଛନ୍ତି ।
ଅନ୍ୟ ପକ୍ଷରେ ଖବରର ପ୍ରସାର ହେବା ପରେ ଉଭୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବିରୋଧରେ ତଦନ୍ତ ଆଦେଶ ଦିଆଯାଇଥିବା ଜଣାପଡ଼ିଛି ।
ଫଟୋ ସୈଜନ୍ୟ-ଓାନ ଇଣ୍ଡିଆ.କମ