ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ (ଇଷ୍ଟ ଜୋନ୍‌)ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ

ଭୁବନେଶ୍ୱର : ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ (ଇଷ୍ଟ ଜୋନ୍‌) ଦ୍ୱାରା ନିକଟରେ ସ୍ଥାନୀୟ ହୋଟେଲ୍ ଏକ୍ସଲେନ୍ସି ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ ହୋଇଯାଇଛି । ଏହି କନ୍‌ଫରେନ୍ସରେ ଚାଟାର୍ଡ ଆକାଉଂଟାଂଟ ଶ୍ରୀ ଏସ୍‌.ସି. ଭଦ୍ର ଅଧ୍ୟକ୍ଷ ଥିବା ବେଳେ ଆଡ୍‌ଭୋକେଟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ସହ ଅଧ୍ୟକ୍ଷ , ଆଡ୍‌ଭୋକେଟ୍ ଶ୍ରୀ ସୁଧାଂଶୁ ଏସ୍‌. ଦାସ ସମ୍ମିଳନୀ ସଚିବ ଓ ଆଡ୍‌ଭୋକେଟ୍ ପ୍ରଦୋଷ ପଟ୍ଟନାୟକ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଭଦ୍ର ଅଧ୍ୟକ୍ଷତା କରିଥିବା ବେଳେ ଏଆଇଏଫ୍‌ଟିପିର ଜାତୀୟ ସଭାପତି ଶ୍ରୀ ଡି.କେ. ଗାନ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଏଆଇଏଫିଟିପିର ଉପସଭାପତି ଶ୍ରୀ ପଙ୍କଜ ଘିୟା, ସାଧାରଣ ସମ୍ପାଦକ ସିଏ ଜମୁନା ଶୁକ୍ଲା, ପୂର୍ବାଂଚଳର ଜାତୀୟ ଉପସଭାପତି ଶ୍ରୀ ଆନନ୍ଦ ପସାରୀ, ଜାତୀୟ ଯୁଗ୍ମ ସଂପାଦକ ଶ୍ରୀ ବିବେକ ଅଗ୍ରୱାଲ୍ ଏବଂ ପୂର୍ବାଂଚଳର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ଅନ୍‌ୱର ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଏସ୍‌ଟି ଏବଂ ଆୟକର ସମ୍ବନ୍ଧୀୟ ଦୁଇଟି ଟେକ୍ନିକାଲ୍ ସେସନ୍ ଅନୁଷ୍ଠିତ ହୋଇଥିଲା । ଆୟକର ସେସନ୍‌ର ପ୍ରସଙ୍ଗ ଥିଲା “ପ୍ରେଜେଂଟ ସିନାରିଓ ଅଣ୍ଡର ସେକ୍ସନ୍ ୧୪୮ ଆଣ୍ଡ ୧୪୮ ଏ ଅଫ୍ ଇନ୍‌କମ୍ ଟାକ୍ସ ଆକ୍ଟ ୧୯୬୧ ଆଣ୍ଡ ଇଟ୍‌ସ୍ ଇମ୍ପିଲିକେସନ୍ ଆଫ୍ଟର ରିସେଂଟ ହାଇ କୋର୍ଟ ଜଜ୍‌ମେଂଟ୍ସ” । ସେହିପରି ଜିଏସ୍‌ଟି ସେସନ୍‌ର ପ୍ରସଙ୍ଗ ଥିଲା “ଡ୍ରାକୋନିଆନ୍ ପ୍ରୋଭିଜନ୍ ଅଫ୍ ଆଟାଚ୍‌ମେଂଟ ଅଣ୍ଡର ଜିଏସ୍‌ଟି ଆଣ୍ଡ ଇଟ୍‌ସ ରିମେଡିସ୍‌” ।
ଆଡଭୋକେଟ୍ ଶ୍ରୀ ପଙ୍କଜ ଘିୟା ଜିଏସ୍‌ଟି ସେସନ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଏଆଇଏଫ୍‌ଟିପିର ପାଷ୍ଟ ପ୍ରେସିଡେଂଟ ବରିଷ୍ଠ ଆଡଭୋକେଟ୍ ପ୍ରେମଲତା ବଂଶଲ୍ ଆଇଟି ଟେକ୍ନିକାଲ୍ ସେସନ୍‌ର ଅଧ୍ୟକ୍ଷ ଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଆଡଭୋକେଟ ବିକ୍ରମ ଚାୱଲା ଏବଂ ବାରଣାସୀର ଆଡଭୋକେଟ୍ ଆନନ୍ଦ ପାଣ୍ଡେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟ ଜୋନ୍‌ର ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମ୍ମିଳନୀ ସଚିବ, ସଂଯୋଜକ, ଜାତୀୟ କୋଷାଧ୍ୟକ୍ଷ, ଯୁଗ୍ମ ସଚିବ, ଜୋନାଲ୍ କୋଷାଧ୍ୟକ୍ଷ, ଏଆଇଏଫ୍‌ଟିପିର ବରିଷ୍ଠ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଆଡଭୋକେଟ ଶ୍ରୀ ବିଜୟ କୃଷ୍ଣ ମହାନ୍ତି, ପାଷ୍ଟ ପ୍ରେସିଡେଂଟ ଆଡ୍‌ଭୋକେଟ୍ ପ୍ରେମଲତା ବଂଶଲ୍‌, ଶ୍ରୀ ବିମଳ ନନ୍ଦନ ମହାପାତ୍ର, ଶ୍ରୀ ଏସ୍‌.ଏନ୍‌. ସାହୁ, ପୂର୍ବାଂଚଳର ଗତ ଥରର ପାଷ୍ଟ ଚେୟାରମ୍ୟାନ୍ ଶ୍ରୀ ବିବେକ ମହାନ୍ତି ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଓ ଭାରତର ବିଭିନ୍ନ ଅଂଚଳର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।