ଅମୃତସର: ଶ୍ରଦ୍ଧାଳୁଙ୍କୁ ନେଇ କୀର୍ତନ କରିବାକୁ ଯାଉଥିବା ଏକ ଟ୍ରାକ୍ଟରର ଦୁର୍ଘଟଣା ହୋଇଥିଲା । ଫଳରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ଘଟଣା ସ୍ଥଳରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅପେକ ଆହତ ହୋଇଥିବା ଜଣାପଡିଛି । ଶ୍ରଦ୍ଧାଳୁମାନେ ଟ୍ରାକ୍ଟର ଟ୍ରଲିରେ ବାଣ ରଖି ଯାଉଥିବାବେଳେ ଏଭଳି ଘଟଣା ଘଟିଛି । ବାଣ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ ।
ମୃତକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ସୂଚନା ରହିଛି। ସେହିପରି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଘଟଣାସ୍ଥଳରେ ପଞ୍ଜାବ ପୋଲିସ ପହଂଚି ତଦନ୍ତ କରୁଛି। ନଗର କୀର୍ତନର ବାବା ଦୀପ ସିଂହଙ୍କ ଅବସରରେ କୀର୍ତନ ପାଇଁ ଶ୍ରଦ୍ଧାଳୁମାନେ ଯାଉଥିଲେ ବୋଲି ସୂଚନା ରହିଛି।