ଦେଶର ଶ୍ରେଷ୍ଠ ଥାନା ତାଲିକାରେ ସ୍ଥାନ ପାଇଲା ସୁବର୍ଣ୍ଣପୁରର ତରଭା

ସୁବର୍ଣ୍ଣପୁର: ଦେଶର ଶ୍ରେଷ୍ଠ ୧୦ଟି ଥାନାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ।  କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଦେଶରେ ଥିବା ସବୁ ଥାନାର ସର୍ଭେ କରିଥିଲା । ଦେଶର ସମସ୍ତ ଥାନା ଗୁଡ଼ିକର ବାର୍ଷିକ ର‌୍ୟାଙ୍କିଙ୍ଗ ୨୦୧୮ ମସିହାର ତାଲିକା ପ୍ରକାଶ ପାଇଛି । ଏହି ପ୍ରକାଶ ପାଇଥିବା ତାଲିକାରେ ଦେଶର ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ସ୍ଥାନ ପାଇଛି ।