ତରଣଜୀତ ସିଂହ ସନ୍ଧୁ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନେଲେ ଦାୟିତ୍ୱ

ୱାଂଶିଟନ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେଲେ ତରଣଜୀତ ସିଂହ ସନ୍ଧୁ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେଇଛନ୍ତି । ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଗତ ଜାନୁଆରୀରେ ଆମେରିକାରୁ ନୂଆଦିଲ୍ଲୀ ଫେରିଆସି ଭାରତର ୩୩ତମ ବିଦେଶ ସଚିବ ଭାବେ ଗତ ଜାନୁଆରୀ ୨୯ରେ ପଦଭାର ଗ୍ରହଣ କରିଛନ୍ତି । ହର୍ଷବର୍ଦ୍ଧନ ଆମେରିକାରରୁ ନୂଆଦିଲ୍ଲୀ ଫେରି ଆସିବାରୁ ତାଙ୍କ ସ୍ଥାନ ଗ୍ରହଣ କଲେ ତରଣଜୀତ ।

ଆମେରିକାରେ ଭାରତର ରାଷ୍ଟ୍ରଦୂତ ପଦ ଦାୟିତ୍ୱ ନେବା ପୂର୍ବରୁ ସନ୍ଧୁ ଶ୍ରୀଲଙ୍କାରେ ଭାରତ ଉଚ୍ଚାୟୋଗ ପଦରେ ଅବସ୍ଥାପିତ ଥିଲେ । ସେ ୨୦୧୭ ଜାନୁଆରୀ ୨୪ରୁ ଉଚ୍ଚାୟୋଗ ପଦରେ ଅଧିଷ୍ଠିତ ଥିଲେ । ଏହା ପୂର୍ବରୁ ସେ ୨୦୧୩ ରୁ ୨୦୧୭ ଯାଏଁ ୱାଶିଂଟନ ଡିସିରେ ଭାରତୀୟ ରାଷ୍ଟ୍ରଦୂତାବାସରେ ଅବସ୍ଥାପିତ ଥିଲେ ।