ମୁମ୍ବାଇ : ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ନିଜ ଶରୀରର କେଉଁ ଅଙ୍ଗକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ବୋଲି ପ୍ରଶ୍ନ କରି ଚର୍ଚ୍ଚାକୁ ଆସିଛନ୍ତି ତାପସୀ ।ନିକଟରେ ସୋଶାଲ ମିଡିଆରେ ଗୋଟିଏ କମେଣ୍ଟ୍ ଉପରେ ତାପସୀଙ୍କ ପ୍ରତିକ୍ରିୟାକୁ ନେଇ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାପସୀଙ୍କର ଏହି ପ୍ରତିକ୍ରିୟା ଟ୍ୱିଟର୍ରେ ଟ୍ରୋଲ୍ ହେଉଛି।
ଟ୍ୱିଟର୍ରେ ଜଣେ ୟୁଜର୍ ତାପସୀଙ୍କର ଫଟୋକୁ ଦେଖି ଲେଖିଥିଲେ, “ମୋତେ ତୁମ ଶରୀରର ଅଙ୍ଗ ବହୁତ ପସନ୍ଦ”। ବାସ୍ ଏହି କମେଣ୍ଟ୍ ଦେଖିବା ପରେ ତାପସୀ ରାଗି ଯାଇ ପାଲଟା ଜବାବ ରଖିଥିଲେ। ତାପସୀ ଏହାର ଜବାବରେ ଲେଖିଥିଲେ, “ଆରେ ବାଃ, ମୋତେ ବି ମୋ ଶରୀରର ଅଙ୍ଗ ବହୁତ ପସନ୍ଦ। ତୁମେ ମୋର କେଉଁ ଅଙ୍ଗକୁ ଅଧିକ ପସନ୍ଦ କରୁଛ କୁହ? ମୋତେ ତ ମୋର ମସ୍ତିଷ୍କ ଖୁବ୍ ପସନ୍ଦ।“ ତାପସୀଙ୍କର ଏହି ଜବାବକୁ ଫ୍ୟାନ୍ମାନେ ବହୁତ ପସନ୍ଦ କରିଛନ୍ତି। ତେବେ ତାପସୀ ଏଠାରେ ‘ମସ୍ତିଷ୍କ’ ନ ଲେଖି, ଏହାର ସାଇଣ୍ଟିଫିକ୍ ନାମ ‘ସେରେବମ୍’ (ମରକ୍ସରଭକ୍ସଙ୍କଜ୍ଞ) ବୋଲି ଲେଖିଛନ୍ତି।
ଏହି କମେଣ୍ଟ୍ ପଢ଼ିବା ପରେ ଜଣେ ସହଜରେ ଏହାକୁ ମସ୍ତିଷ୍କ କୁହନ୍ତି ବୋଲି ଜାଣିପାରିବ ନାହିଁ। ଏହାକୁ ଜାଣିବା ପାଇଁ ଜଣକୁ ଗୁଗୁଲ୍ ସର୍ଚ୍ଚ କରିବାକୁ ପଡ଼ିଥିବ। କେହି କେହି ତାପସୀଙ୍କର ଏହି କମେଣ୍ଟରେ ରିଟ୍ୱିଟ୍ କରିଛନ୍ତି। ତାପସୀଙ୍କର ଏହି କମେଣ୍ଟ୍ ସୋଶାଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହେବାର ଦେଖାଯାଇଛି।