ତନୁଶ୍ରୀଙ୍କ ନୂଆ ଖୁଲାସା, ରାକ୍ଷୀ ସାଓନ୍ତ ଶାରୀରିକ ସଂପର୍କ ଓ ଟଙ୍କା ପାଇଁ ଭୋକିଲା !

ମୁମ୍ବାଇ : ନାନାପାଟେକରଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯୋଗ ।ଣିବା ପରେ ଏହାକୁ ନେଇ ନାନାଙ୍କ ସପକ୍ଷରେ ଆଗକୁ ଆସିଥିଲେ ଅଭିନେତ୍ରୀ ରାକ୍ଷୀ ସାଓନ୍ତ । ରାକ୍ଷୀ- ତନୁଶ୍ରୀଙ୍କ ଭିତରେ ଏହାକୁ ନେଇ ବିବାଦ ଚରମ ସୀମାରେ ପହଁଚିଥିଲା । ମାମଲା କୋର୍ଟକୁ ଯାଇଛି । ତେବେ ଏବେ ରାକ୍ଷୀଙ୍କ ସଂପର୍କରେ ଏକ ନୂଆ ଆରୋପ ଆଣିଛନ୍ତି ତନୁଶ୍ରୀ । ରାକ୍ଷୀ ଟଙ୍କା ଓ ଶାରୀରିକ ସଂପର୍କ ରଖିବାକୁ ସୁବେଳେ ଭୋକିଲା ବୋଲି କହିଛନ୍ତି ତନୁ ।

ରାକ୍ଷୀ ଶାରୀରିକ ସଂପର୍କ ଏବଂ ଟଙ୍କା ପାଇଁ ସବୁ ବେଳେ ଭୋକିଲା ଥାଆନ୍ତି ବୋଲି ତନୁଶ୍ରୀ କହିଛନ୍ତି । ମୁଁ ମୋ ମାତା-ପିତାଙ୍କ କଥା ମାନି କେବେ ହେଲେ ହାଇପ୍ରୋଫାଇଲ ଲୋକମାନଙ୍କ ସହ ମିଶେ ନାହିଁ । ସେମାନେ ମୋ ପାଇଁ ଠିକ୍‌ ନୁହନ୍ତି ବୋଲି ମୁଁ ଭାବେ ଏବଂ ଦେଖି ଚାହଁ ବନ୍ଧୁ କରେ । ଏଭଳି ପରିସ୍ଥିତିରେ ମୁଁ ରାକ୍ଷୀଙ୍କ ଭଳି ଚରିତ୍ରହୀନ, ଡ଼ର୍ଟି ଏବଂ ଡ଼ାଉନ୍‌ମାର୍କେଟ ମହିଳାଙ୍କ ସହ କେବେ ହେଲେ ବନ୍ଧୁତା ରଖିବା କଥା ଚିନ୍ତା କରିବି ନାହିଁ । କିଛି ଦିନ ମଧ୍ୟରେ ରାକ୍ଷୀ ଯାହା ବି ମୋ ଉପରେ ଆରୋପ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଛ । କାରଣ ମୁଁ ତାଙ୍କୁ କେବଳ ଗୋଟେ ଥର ୨୦୦୯ରେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିଥିଲି । ମୁଁ ତାଙ୍କ ସହ କଥା ହେବାକୁ ଚାହୁଁ ନଥିବା ବେଳେ ସେ ଆସି ମୋ ସହ କଥା ହୋଇଥିଲେ । ସେ ମୋର ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଯଦି ତୁମେ ଜିଜସ୍‌ଙ୍କ ଉପରେ ଭରସା କରୁନ, ତେବେ ତୁମେ ନର୍କକୁ ଯିବ ବୋଲି ସେ ମୋତେ କହିଥିଲେ । ମୁଁ ସ୍ୱର୍ଗ ଆଉ ନର୍କର ରାସ୍ତା ପଚାରିବା ପରେ ସେ ଚୁପ୍‌ ହୋଇ ଯାଇଥିଲେ ବୋଲି ତନୁଶ୍ରୀ କହିଥିଲେ ।