ଭାରତର ଟବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ଟନ୍‌ କିମ୍‌ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆର ଟନ୍‌ କିମ୍‌ ହର୍‌ ବ୍ୟକ୍ତିଗତ କାରଣରୁ ଭାରତର ଟବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବାଇ) ସହିତ ଚୁକ୍ତି ଶେଷ ହେବାକୁ ଟନ୍‌ (୪୭ ବର୍ଷ)ଙ୍କ ଆହୁରି ଦେଢ ବର୍ଷ ବାକି ଥିଲା। ସେ ଜାପାନର ରାଜଧାନୀ ଟୋକିଓ ଠାରେ ୨୦୨୦ରେ ଆୟୋଜିତ ହେବାକୁ ଥିବା ଅଲମ୍ପିକ ପରେ ଅବସର ନେଇଥାନ୍ତେ। ବାଇ ସଚିବ (ଟୁର୍ଣ୍ଣାମେଣ୍ଟ) ଉମର ରସିଦ୍‌ କହିଛନ୍ତି, ହଁ, ଟନ୍‌ କିମ୍‌ ପ୍ରତ୍ୟେକ ଡବଲସ୍‌ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ମାସ ପୂର୍ବରୁ ନିଜର ଇସ୍ତଫା ପତ୍ର ଦେଇଥିଲେ। ତାଙ୍କର କିଛି ପାରିବାରିକ ସମସ୍ୟା ଥିଲା ବୋଲି ଉଲ୍ଲେଖ କରିଥିଲେ।ଟନ୍‌ କିମ୍‌ ଏହା ପୂର୍ବରୁ ଇଂଲଣ୍ଡ, ଦକ୍ଷିଣ କୋରିଆ ଏବଂ ମାଲେସିଆକୁ କୋଚିଙ୍ଗ ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ, ତାଙ୍କୁ କୌଣସି ଅନ୍ୟ ଦେଶ ପ୍ରଲୋଭିତ କରି ଭାରତରୁ ଛଡ଼ାଇ ନେବାକୁ ଚାହିଁଛନ୍ତି। ମାତ୍ର ରସିଦ ଏବାବଦରେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି।