ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ ଗୃହମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡର ଗୃହମନ୍ତ୍ରୀ ଶ୍ରୀ ତାମ୍ରଧ୍ୱଜ ସାହୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ସାହୁ ଛତିଶଗଡ ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ନୃତ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ ।

ସୂଚନାଯୋଗ୍ୟ, ଛତିଶଗଡ ସରକାର ୦୧୯ ଡିସେମ୍ବର ୨୭ ରୁ ୯ ପର୍ଯ୍ୟନ୍ତ ଜାତୀୟ ଜନଜାତି ନୃତ୍ୟ ଉତ୍ସବ ଆୟୋଜନ କରିଛନ୍ତି ।