୨୪ରେ ପର୍ଯ୍ୟଟକଙ୍କୁ ତାଜମହଲ ମନା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରେ ଭାରତ ଆସୁଛନ୍ତି । ଏ ନେଇ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ୨୪ରେ ତାଜମହଲ ବନ୍ଦ ରହିବ । ସେହିଦିନ ଟ୍ରମ୍ପ ତାଜମହଲ ବୁଲିଯିବେ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ୨୪ ତାରିଖ ମଧ୍ୟାହ୍ନ ପରଠାରୁ ସର୍ବସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ତାଜମହଲ ବନ୍ଦ ରହିବ ବୋଲି ଏଏସ୍‌ଆଇ ଆଗ୍ରା ଡିଭିଜନର ଅଧୀକ୍ଷକ ବସନ୍ତ କୁମାର ସ୍ବର୍ଣ୍ଣକାର ସୂଚନା ଦେଇଛନ୍ତି। ବିମାନ ବନ୍ଦରରୁ ତାଜମହଲ ପହଂଚିବା ପାଇଁ ବାଟରେ ପଡୁଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍‌ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।