ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମ ବ୍ରାଂଚ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଓ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଆମ ଆଦମି ପାର୍ଟିର ନିଲମ୍ବିତ ସଦସ୍ୟ ତାହିର ହୁସେନଙ୍କୁ ଗୁରୁବାର ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଂଚ ଟିମ୍ ଗିରଫ କରିଛି । ସେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ । ଏନେଇ ତାହିରଙ୍କ ଓକିଲ କୋର୍ଟରେ ଆତ୍ମସମର୍ପଣର ଯାଚିକା ଦାଖଲ କରିଥିଲେ । ହେଲେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ । ଫଳରେ କ୍ରାଇମ ବ୍ରାଂଚ ଟିମ୍ ତାଙ୍କୁ ଗିରଫ କରିଛି ।

ଦିଲ୍ଲୀ ହିଂସାକାଣ୍ଡ ସମୟରେ ମୃତ୍ୟୁବରଣ କରିଥିବା ଆଇବି ଅଧିକାରୀଙ୍କ ହତ୍ୟାମାମାଲାରେ ଅଭିଯୁକ୍ତ ଅଛନ୍ତି ତାହିର ହୁସେନ । ତାଙ୍କ ବିରୋଧରେ ୩ଟି ଏଫଆଇଆର ରୁଜୁ କରାଯାଇଛି । ଆଇବି ଅଧିକାରୀଙ୍କ ହତ୍ୟା ସମେତ ଦିଲ୍ଲୀ ଦଙ୍ଗା ଉସୁକାଇବା ମାମଲାରେ ମଧ୍ୟ ସେ ଅଭିଯୁକ୍ତ ଅଛନ୍ତି ସେ ।