ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶ: ୨୪ଜଣ ପଜିଟିଭ୍‌, ୭ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍ ଧାର୍ମିକ ସମାବେଶ ଏବେ ଦେଶ ପାଇଁ ସୃଷ୍ଟି କରିଛି ଚିନ୍ତାର କାରଣ । ତେବେ ଏହି ଧାର୍ମିକ ସମାବେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ବର୍ତମାନ ସୁଦ୍ଧା ୭ଜଣଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି । ଏହି ମସଜିଦ୍‌କୁ ସିଲ୍ କରାଯିବା ସହ ୮୫୦ ଜଣକୁ ବସ୍‌ରେ ନିଆଯାଇ ସହରର ବିଭିନ୍ନ ସ୍ଥାନରେ କ୍ୱାରେନଂଟାଇନ୍ ରେ ରଖାଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏହି ସୂଚନା ଦେଇଛନ୍ତି। ଏହାକୁ ସେ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମସଜିଦ୍ କର୍ତୃପକ୍ଷଙ୍କ ନାମରେ ମାମଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶହଶହ ଜୀବନକୁ ବିପଦରେ ପକାଇଥିବା ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ନାମରେ ମାମଲା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।