ହୁରିୟତ୍ କନ୍‌ଫରେନ୍‌ସ୍ ଅଧ୍ୟକ୍ଷ ପଦରୁ ସୟେଦ୍ ଅଲି ଗୀଲାନିଙ୍କ ଇସ୍ତଫା

ଶ୍ରୀନଗର: ଗତବର୍ଷ ଅଗଷ୍ଟ ମାସରୁ ଗୃହବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରସ୍ଥିତ ବିଚ୍ଛିନ୍ନତାବାଦୀ ସୟେଦ୍ ଅଲି ଶାହା ଗୀଲାନି ଆଜି ‘ଅଲ୍ ପାର୍ଟିଜ୍ ହୁରିୟତ୍ କନ୍‌ଫରେନ୍‌ସ୍’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ହୁରିୟତ୍‌ର ଆଜୀବନ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏକ ପତ୍ରରେ ୯୦ ବର୍ଷିୟ କେତେକ ସମସ୍ୟା ମତେ ଇସ୍ତଫା ଦେବାକୁ ବାଧ୍ୟ କରିଛି।

ଏକ ଅଡିଓ ବାର୍ତ୍ତାରେ ଗୀଲାନି କହିଛନ୍ତି, ସମ୍ପ୍ରତିକ ପରିସ୍ଥିତିକୁ ବିଚାର କରି, ମୁଁ ହୁରିୟତ୍ ଫୋରମ୍‌ ଛାଡ଼ିବାକୁ ଘୋଷଣା କରୁଛି। ଏହି ନିଷ୍ପତ୍ତି ସମ୍ବନ୍ଧରେ ମୁଁ ହୁରିୟତ୍‌ର ସମସ୍ତ ସଦସ୍ୟଙ୍କୁ ଅବଗତ କରାଇ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହୁରିୟତ୍ କନ୍‌ଫରେନ୍‌ସ୍‌ରୁ ଦୂରେଇ ଯିବେ।

ନେତୃତ୍ୱ ବିରୋଧରେ ସଦସ୍ୟମାନଙ୍କ ମଧ୍ୟରେ ବିଦ୍ରୋହ ତାଙ୍କ ଇସ୍ତଫାର ଅନ୍ୟତମ କାରଣ ବୋଲି ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଛି। ଗୀଲାନି ହୁରିୟତ୍ କନ୍‌ଫରେନ୍‌ସ୍‌ର ଚରମପନ୍ଥୀ ଦଳର ନେତୃତ୍ୱ ନେଉଥିବା ବ‌େଳେ ନରମ ପନ୍ଥୀ ଦଳର କର୍ଣ୍ଣଧାର ଥିଲେ ମିର୍‌ୱେଜ୍ ଉମର ଫାରୁକ୍।